ଘଟଣା ଓ ଦୁର୍ଘଟଣା

ପୁଅକୁ ସ୍କୁଲରୁ ଆଣିବାକୁ ଯିବା ବେଳେ ଧକ୍କା ଦେଲା ଟେମ୍ପୋ, ମହିଳା ମୃତ

By Angul TV Bureau

December 24, 2023

ଅନୁଗୁଳ: ଆଠମଲ୍ଲିକ ବ୍ଲକ ହରିଡ଼ାନାଳି ଗ୍ରାମ ଠାରେ ଏକ ଟେମ୍ପୋ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ସରିତା ମିଶ୍ର (୩୨)।

ସୂଚନା ମୁତାବକ, ଶନିବାର ସନ୍ଧ୍ୟା ୬ଟା ବେଳେ ହରିଡ଼ାନାଳି ଗ୍ରାମ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ହେଉଥିବା ବେଳେ ସରିତା ମିଶ୍ର (୩୨) ତାଙ୍କ ପୁଅକୁ ସ୍କୁଲରୁ ଆଣିବାକୁ ଯାଉଥିଲେ। ଏହି ସମୟରେ ଏକ ଟେମ୍ପୋ (ଓଡି ୨୭ ଡି ୩୭୫୪) ତାଙ୍କୁ ଧକ୍କା ଦେବା ଫଳରେ ସେ ରାସ୍ତାରେ ଛିଟିକି ପଡ଼ିଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଠମଲ୍ଲିକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିଲା।