ଘଟଣା ଓ ଦୁର୍ଘଟଣା

ମେଡିକାଲ ନେବାରେ ଡେରି ହୋଇଗଲା… ସାପ କାମୁଡ଼ାରେ ଗଲା ମହିଳାଙ୍କ ଜୀବନ

By Angul TV Bureau

July 29, 2025

ଅନୁଗୁଳ: ଅନୁଗୁଳ ବ୍ଲକ ବେଡ଼ାଶାସନ ପଞ୍ଚାୟତ ହମାମୀରା ଗାଁରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଶାନ୍ତିଲତା ସାହୁ (୫୦)।

ମଙ୍ଗଳବାର ମଧ୍ୟାହ୍ନରେ ଶାନ୍ତିଲତା ଗୋରୁଙ୍କୁ ଖାଇବା ଦେବା ପାଇଁ ପାଳଗଦାରୁ ପାଳ କାଢ଼ିଲା ବେଳେ ଏକ ବିଷାକ୍ତ ସାପ ତାଙ୍କ ହାତକୁ କାମୁଡ଼ି ଦେଇଥିଲା। ପରେ ଘରକୁ ଆସି ବିଲରୁ ପରିବାର ଲୋକ ଆସିବାକୁ ଅପେକ୍ଷା କରିଥିଲେ। ପ୍ରାୟ ୨ ଘଣ୍ଟା ପରେ ପରିବାର ସଦସ୍ୟ ଆସି ତାଙ୍କୁ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ତାଙ୍କ ପୁଅ ଗୋପବନ୍ଧୁ ସାହୁ ବନ୍ତଳା ଥାନାକୁ ଖବର ଦେଇଥିଲେ। ବନ୍ତଳା ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି।