ଅନ୍ୟାନ୍ୟ

ସ୍ୱାତୀ ପକ୍ଷରୁ ମହିଳା ଆଇନ ସାକ୍ଷରତା କାର୍ଯ୍ୟକ୍ରମ: ବିଭିନ୍ନ ଆଇନ ବିଷୟରେ ସଚେତନ ହେଲେ ମହିଳା

By Angul TV Bureau

June 24, 2023

ଅନୁଗୁଳ: ଅନୁଗୁଳ ସହର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ “ସ୍ଵାତୀ” ଅନୁଷ୍ଠାନ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାକୁ ସହକାରୀ କଲେକ୍ଟର ସୁକାନ୍ତ କୁମାର ସାହୁ ଓ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ ସାହୁ ଉଦ୍ଘାଟନ କରିଥିଲେ। ମହିଳାମାନଙ୍କୁ ଆଇନ ସଚେତନ କରାଇବା ହେଉଛି ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ।

ପ୍ରଥମ ଦିନରେ ସାଧନ ବ୍ୟକ୍ତି ଭାବରେ ସୁଜାତା ମହାପାତ୍ର ଓ ସତ୍ୟଜିତ ପ୍ରତିହାରୀ ଯୋଗ ଦେଇ ଘରୋଇ ହିଂସା ଆଇନ, ବାଲ୍ୟ ବିବାହ, ପୋକସୋ, ପିସିପିଆର୍ ଡିଟି, ଯୌତୁକ ଓ କିଶୋର ନ୍ୟାୟ ଆଇନ ବାବଦରେ ସଚେତନ କରିଥିଲେ।

କାର୍ଯ୍ୟକ୍ରମରେ କଲ୍ୟାଣ କିଶୋର ମହାନ୍ତି, ଗୌରୀ ଶଙ୍କର ବେହେରା, ମମତା ପ୍ରଧାନ ପ୍ରମୁଖ ଯୋଗ ଦେଇ ମହିଳାଙ୍କ ପାଇଁ ଥିବା ଆଇନ ବିଷୟରେ ସୂଚନା ଦେଇଥିଲେ।

ଦ୍ୱିତୀୟ ଦିନ କାର୍ଯ୍ୟକ୍ରମ ରେ ଆଇନଜୀବୀ ପରମାନନ୍ଦ ମିଶ୍ର, ଡିଏସଡବ୍ଲ୍ୟୁଓ କର୍ଣ୍ଣ ମୁର୍ମୁ ଓ ପିଓ ପୂର୍ଣ୍ଣମାସୀରଥ ଯୋଗ ଦେଇ ମହିଳା ଅଧିକାରର କେତୋଟି ଦିଗ ବିଷୟରେ ସୂଚନା ଦେଇଥିଲେ। ଶେଷରେ “ସ୍ଵାତୀ” ଅନୁଷ୍ଠାନ ତରଫରୁ ସାର୍ଟିଫିକେଟ ବଣ୍ଟନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ମନୋଜ ମହାପାତ୍ର, ସନ୍ତୋଷ ବେହେରା, ସ୍ୱଧାରଗୃହ, ଉଜାଲାହୋମ୍, ସଖୀ, ଆଶାକର୍ମୀ, ଜଳସାଥି ଓ ସରପଞ୍ଚମାନେ ଯୋଗ ଦେଇଥିଲେ।