ଅନ୍ୟାନ୍ୟ

ମହିଳାଙ୍କ ସ୍ୱାସ୍ଥ୍ୟ ସଚେତନତା ଶିବିର

By Angul TV Bureau

November 21, 2026

ଅନୁଗୋଳ: ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଅନୁଗୋଳର ଯୁବ ରେଡ୍‌କ୍ରସ୍‌ (YRC) ପକ୍ଷରୁ ମହିଳାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଏକଦିବସୀୟ ଆନ୍ତଃ ମହାବିଦ୍ୟାଳୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ୮ଟି ମହାବିଦ୍ୟାଳୟର ୧୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବସନ୍ତ କୁମାର ସାହୁ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବାବେଳେ ଜିଲ୍ଲା ସଂଯୋଜକ ଅଶୋକ କୁମାର ବିଶ୍ୱାଳ ଅତିଥି ଭାବେ ଯୋଗଦେଇଥିଲେ। ସଂଯୋଜକ-ସମ୍ପାଦିକା ଡ. ଅନସୂୟା ମିଶ୍ର ଏହାର ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ପୁଷ୍ଟିସାଧନ, ଋତୁସ୍ରାବଜନିତ ସ୍ୱାସ୍ଥ୍ୟ, ମାନସିକ ସ୍ୱାସ୍ଥ୍ୟ ଏବଂ ମହିଳାଙ୍କ ବିଭିନ୍ନ କର୍କଟ ରୋଗ ସମ୍ପର୍କରେ ଚାରୋଟି ସଚେତନତା ଅଧିବେଶନ ହୋଇଥିଲା। ଏଥିରେ ଡ. ଧବଳେଶ୍ୱର ମେହେର, ଡ. ମଧୁସ୍ମିତା ହେମ୍ବ୍ରମ୍, ଲିପିକା ପ୍ରଧାନ ଓ ଡ. କୁମୁଦ ବନ୍ଧୁ ସାହୁ ବିଶେଷଜ୍ଞ ଭାବେ ଯୋଗଦେଇ ବିଭିନ୍ନ ବିଷୟରେ ତଥ୍ୟଭିତ୍ତିକ ଆଲୋଚନା କରିଥିଲେ।

ଯୁବ ରେଡ୍‌କ୍ରସ୍‌ର ପରାମର୍ଶଦାତା ରଶ୍ମିତା ସାହୁ, ବାସବା ପାଲେଇ ଓ ସାଗରିକା ମୁଦୁଲିଙ୍କ ସମେତ ମହାବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଆୟୋଜନରେ ସହଯୋଗ କରିଥିଲେ।