ଘଟଣା ଓ ଦୁର୍ଘଟଣା

ବିଦ୍ୟୁତ୍ ଆଘାତରେ ଶ୍ରମିକ ମୃତ

By Biswaranjan Pattnaik

October 10, 2023

ଅନୁଗୁଳ: ଆଜି ଅପରାହ୍ନ ପାଞ୍ଚଟା ସମୟରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ବଲାସିଂହା ଗାଁରେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସେହି ଗାଁର ସୁଦୀପ୍ତ ସାହୁ(୩୦) ସେ ଘର ପାଖ ଜଣଙ୍କ ଘରେ ଢ଼ଳେଇ ପକାଇବାକୁ ଯାଇଥିଲେ। କାମ ସାରି ଆସିଲା ବେଳକୁ ତଳେ ପଡ଼ିଥିବା ଏକ ବିଦ୍ୟୁତ୍ ତାରକୁ ଛୁଇଁ ଦେବାରୁ ସୁଦୀପ୍ତଙ୍କୁ ଶକ୍ତ ଝଟକା ଲାଗିଥିଲା।ତାଙ୍କୁ ତୁରନ୍ତ ଅନୁଗୁଳ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।