ମୁଖ୍ୟ ଖବର

୨୮ ଦଫା ଦାବି ନେଇ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଶ୍ରମିକ-କୃଷକଙ୍କ ପ୍ରତିବାଦ

By Angul TV Bureau

August 10, 2026

ଅନୁଗୋଳ: କେନ୍ଦ୍ର ସରକାରଙ୍କ ଜନବିରୋଧୀ ଏବଂ ଶ୍ରମିକ-କୃଷକ ମାରଣ ନୀତି ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ସୋମବାର ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଛି।ପୂର୍ବରୁ ଗୋପବନ୍ଧୁ ପାର୍ଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏ.ଆଇ.ୟୁ.ଟି.ୟୁ.ସି ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଭିନ୍ନ ସଂଗଠନର ନେତୃବୃନ୍ଦ ଯୋଗଦେଇ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କ ପୁଞ୍ଜିପତି ତୋଷଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ।

ଶ୍ରମିକ ବିରୋଧୀ ୪ଟି ଶ୍ରମକୋଡ୍ ପ୍ରତ୍ୟାହାର, ସର୍ବନିମ୍ନ ମାସିକ ମଜୁରୀ ୪୨ ହଜାର ଟଙ୍କା କରିବା, ବିଦ୍ୟୁତ୍ ସଂଶୋଧନ ବିଲ୍-୨୦୨୫ ଓ ସ୍ମାର୍ଟ ମିଟର ବାତିଲ୍ ଏବଂ କୃଷିଜାତ ଦ୍ରବ୍ୟ ପାଇଁ ଏମ୍.ଏସ୍.ପି.କୁ ଆଇନଗତ ମାନ୍ୟତା ଦେବା ସମେତ ୨୮ ଦଫା ଦାବିରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଛି।