ଅନ୍ୟାନ୍ୟ

ବୋର୍ଡ଼ ସୁପରଇନଟେଣ୍ଡେଣ୍ଟ ମାନଙ୍କ କର୍ମଶାଳା

By Biswaranjan Pattnaik

March 05, 2023

ଅନୁଗୁଳ: ଜିଲ୍ଲା ଶିକ୍ଷା ଅଫିସ କାର୍ଯ୍ୟାଳୟ ସଭା କକ୍ଷରେ ରବିବାର ଦଶମ ବୋର୍ଡ ଅଧିକ୍ଷକ ମାନଙ୍କ ଦିଶାନିର୍ଦ୍ଦେଶ ପାଇଁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଏହି କର୍ମଶାଳାରେ ଉଦଘାଟନ କରିବା ସହ ଗୁଜବ ମୁକ୍ତ ,ସନ୍ଦେହ ମୁକ୍ତ ଏବଂ ନିଷ୍ଠାର ସହ କିଭଳି ଏସଏ -୨ ପରୀକ୍ଷା ହେବ ସେଥିନେଇ ଉପସ୍ଥିତ ଅଧିକ୍ଷକ ମାନଙ୍କୁ ଶ୍ରୀ ସାହୁ ମାର୍ଗ ଦର୍ଶନ କରିଥିଲେ।

ଚଳିତ ବର୍ଷ ୯୫ଟି ସେଣ୍ଟରରେ ୧୭୧୯୭ ଜଣ ପରୀକ୍ଷାର୍ଥୀ ଏସଏ -୨ ପରୀକ୍ଷା ଦେବେ। ଏ ପରିପ୍ରେକ୍ଷୀରେ ସେଣ୍ଟର ଅଧିକ୍ଷକ ମାନଙ୍କ କିଭଳି ଗୁରୁ ଭୂମିକା ରହିଛି ସେଥିନେଇ ଆଲୋଚନା ହୋଇଥିଲା। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ଅଜୟ ପାତ୍ର,ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ ଗଡ଼ନାୟକଙ୍କ ସମେତ ଜିଲ୍ଲାର ବିଇଓ ମାନେ ଯୋଗ ଦେଇଥିଲେ।