ଅନ୍ୟାନ୍ୟ

ଜୀବ ନିଷ୍ଠୁରତା ନିବାରଣ ଆଇନ୍ ସମ୍ପର୍କିତ କର୍ମଶାଳା, ଜୀବେଦୟା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ

By Angul TV Bureau

April 13, 2023

ଅନୁଗୁଳ: ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜୀବ ନିଷ୍ଠୁରତା ନିବାରଣ ଆଇନ୍ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନୁଷ୍ୟ ଏବଂ ପ୍ରାଣୀଜଗତ ଭିତରେ ସନ୍ତୁଳନ ନ ରହିଲେ ପ୍ରକୃତି ଆମକୁ କେବେ କ୍ଷମା ଦେବ ନାହିଁ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ। ଭାରତୀୟ ସଂସ୍କୃତିର ଜୀବେଦୟା ଭାବକୁ ସମସ୍ତେ ବିଶ୍ୱାସ କରନ୍ତି। ଏଣୁ ଜୀବ ନିଷ୍ଠୁରତାକୁ ରୋକିବା ଦିଗରେ ପ୍ରୟାସ କରିବା ଉଚିତ୍ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ପ୍ରତାପ କୁମାର ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ନିରୋଦ ଦାସ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରସନ୍ନ କୁମାର ବିଶ୍ବାଳ, ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଜଙ୍ଗଲ ବିଭାଗର ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରାଣୀ ଚିକିତ୍ସକ ଉପସ୍ଥିତ ଥିଲେ।