ଅନ୍ୟାନ୍ୟ

ସମ୍ବିଧାନ ଦିବସରେ ଜାତୀୟ କର୍ମଶାଳା

By Biswaranjan Pattnaik

November 27, 2024

ଅନୁଗୁଳ: ସ୍ଥାନୀୟ ମହିଳା ମହିଳା ବିଦ୍ୟାଳୟ ଠାରେ ଗତ ମଙ୍ଗଳବାର ସମ୍ବିଧାନ ଦିବସ ଅବସରରେ ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ହୃଷୀକେଶ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସରକାରୀ ଅଧିବକ୍ତା ପରମାନନ୍ଦ ମିଶ୍ର ଯୋଗ ଦେଇ ଭାରତୀୟ ସମ୍ବିଧାନରେ ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ କିଭଳି ସମନ୍ୱୟ ରହିଛି ତାହା ବର୍ଣ୍ଣନା କରିଥିଲେ।bବିଶିଷ୍ଟ ଅତିଥି ରୂପେ ଅନୁଗୁଳ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ପ୍ରାଚ୍ୟ ଓ ପାଶ୍ଚାତ୍ୟ ସମ୍ବିଧାନ ମଧ୍ୟରେ ଏକ ତୁଳନାତ୍ମକ ଅଧ୍ୟୟନ ଦେଇ ଭାରତୀୟ ସମ୍ବିଧାନର ଗାରିମା ଉଲ୍ଲେଖ କରିଥିଲେ। ମୁଖ୍ୟ ବକ୍ତା ରୂପେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରଫେସର ସୁଜିତ୍ ପୃଷେଠ ଗଣତନ୍ତ୍ରରେ ସମ୍ବିଧାନର ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ।ଅଧିକାର ଓ କର୍ତ୍ତବ୍ୟ ପରସ୍ପର ପରିପୂରକ ବୋଲି ସେ ମତବ୍ୟକ୍ତ କରିଥିଲେ।ସମାରୋହରେ ସ୍ଟାକ୍ ହୋଲ୍ଦର ବଜରଙ୍ଗି ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଛାତ୍ରୀ ସ୍ୱର୍ଣଲକ୍ଷ୍ମୀ ସାହୁଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।

କର୍ମଶାଳାରେ ବହୁ ଅଧ୍ୟାପିକା ନିଜ ନିଜ ମତ ରଖିଥିଲେ।ଶେଷରେ ଅଧ୍ୟାପିକା ନନ୍ଦିନୀ ନନ୍ଦ ଧନ୍ୟବାଦ୍ ଦେଇଥିଲେ।ଅଧ୍ୟାପକ ଅଶ୍ୱିନୀ ସାହୁ,ନିକିତା ସୁମନ,ମାନସ ସେଠ, ରୋସନ୍ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।