ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ କାର୍ଯ୍ୟାଳୟ ଠାରେ ହାତୀ-ମଣିଷ ଶାନ୍ତି ପୂର୍ଣ୍ଣ ସହାବସ୍ଥାନ ନେଇ ରବିବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।
ଏସିଏଫ ବିଦ୍ୟା ସାଗର, ରେଞ୍ଜ ଅଧିକାରୀ ସୁଭଦ୍ରା ମହାପାତ୍ର, ଜୀବ ବିଜ୍ଞାନୀ ମନୋରଞ୍ଜନ ପରିଡା ଏବଂ ଅନ୍ୟମାନେ ଏହି କର୍ମଶାଳାରେ ଉପସ୍ଥିତ ଥିଲେ। ହାତୀ-ମଣିଷ ସଂଘର୍ଷ ଏଡାଇବା ପାଇଁ ନିରାପଦ ହାତୀ ଚଲାପଥ କିଭଳି ରହିବ ତାହା ଉପରେ ବିଶେରେ ଆଲୋଚନା ହୋଇଥିଲା। ହାତୀଙ୍କୁ ଦୂରରେ ରଖିବା ପାଇଁ ସବୁ ଉଦ୍ୟମ ସତ୍ୱେ ଯଦି ସେମାନେ ଫସଲ ନଷ୍ଟ କଲେ ତେବେ ଅନୁକମ୍ପା ଆପ ମାଧ୍ୟମରେ କ୍ଷୟ କ୍ଷତିର ବିବରଣୀ ପ୍ରଦାନ କଲେ ସରକାରଙ୍କ ଅକ୍ଷରୁ ଏଥିନେଇ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ଅଧିକାରୀ ମାନେ ସୂଚନା ଦେଇଥିଲେ।
ହାତୀର ଜୀବନ ଶୈଳୀ ଉପରେ ବିଶେଷ ଧ୍ୟାନ ଦେଇ ଆମେ ଆମ ସହା ବସ୍ଥାନ ନୀତିକୁ ଖାପ ଖୁଆଇ ପାରିଲେ ହାତୀ ମଣିଷ ବିବାଦ ନିଶ୍ଚିତ ହ୍ରାସ ପାଇବ ବୋଲି ବୈଠକରେ ସହମତି ପ୍ରକାଶ ପାଇଥିଲା।