ମୁଖ୍ୟ ଖବର

ବୈଷୟିକ ଜ୍ଞାନ ପରିଚାଳନା ଉପରେ କର୍ମଶାଳା: ପ୍ରଶିକ୍ଷଣ ନେଲେ ସରକାରୀ ଅଧିକାରୀ

By Angul TV Bureau

July 16, 2023

ଅନୁଗୁଳ: ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟରେ ବୈଷୟିକ ଜ୍ଞାନ ପରିଚାଳନା ଉପରେ କର୍ମଶାଳା ଆୟୋଜିତ ହୋଇଛି। କର୍ମଶାଳାରେ ବିଭିନ୍ନ ବିଭାଗର ଜେଇ, ଯନ୍ତ୍ରୀ, ଏଇ ମାନେ ଅଂଶ ଗ୍ରହଣ କରିଥିଲେ।

ଏବେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ତରଫରୁ ବ୍ୟାପକ ଉନୟନମୂଳକ କାର୍ଯ୍ୟ ଯଥା-ମନରେଗା ଯୋଜନାରେ କଂକ୍ରିଟ ରାସ୍ତା, ଗୃହ ନିର୍ମାଣ, ପୋଖରୀ ଖନନ, ଗ୍ରାମୀଣ ରାସ୍ତା ଇତ୍ୟାଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଗୁଡ଼ିକୁ ସଫଳ କରିବା ପାଇଁ ଏହା ସହିତ ଜଡିତ କର୍ମଚାରୀଙ୍କ ଉନ୍ନତ ଜ୍ଞାନ କୌଶଳର ଆବଶ୍ୟକତା ରହିଛି। ସେଥିପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରକଳ୍ପ ଗୁଡିକର ଡିଜାଇନ୍ ରୂପାୟନ, ନକ୍ସା, ଡିପିଆର ଏଷ୍ଟିମେଟ, ପୂର୍ଣ୍ଣ ପ୍ରକଳ୍ପ ବିବରଣୀ ଓ ପ୍ରାକ ଆକଳନ ପ୍ରସ୍ତୁତି ଏବଂ ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୋଗିତା ଉପରେ ଆଲୋକପାତ କରାଯାଇଥିଲା।

କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ପ୍ରଶିକ୍ଷକ ଭାବେ ଇଂ. ଲିଙ୍ଗରାଜ ଗୌଡ଼, ଇଂ. ସନ୍ତୋଷ କୁମାର ମାଝୀ ପ୍ରଶିକ୍ଷଣ ଦେଇଥିଲେ। ଜିଲ୍ଲାପାଳ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ଜିଲ୍ଲାପରିଷଦର କାର୍ଯ୍ୟନିର୍ବାହୀ ଲଳିତ ମୋହନ ବେହେରା ପରିଚାଳନା କରିଥିଲେ। ଶେଷରେ ଜିଲ୍ଲାପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।