ମୁଖ୍ୟ ଖବର

ସମ୍ମିଳିତ ଆଦିବାସୀ ସମାଜ ପାଳିଲା ବିଶ୍ଵ ଆଦିବାସୀ ଦିବସ, ଆଦିବାସୀଙ୍କ ମୌଳିକ ଅଧିକାର ନେଇ ସରକାର ଦୃଷ୍ଟି ଦେବାକୁ ଅନୁରୋଧ

By Angul TV Bureau

August 09, 2024

ଅନୁଗୁଳ: ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ଠାରେ ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ପାଳିତ ହୋଇଛି। ଅଖିଳ ଭାରତୀୟ ଗୋଁଡୱାନା ଗୋଁଡ୍ ମହାସଭା ଓଡ଼ିଶା ପ୍ରଦେଶ ସଙ୍ଗଠନ ମହାସଚିବ ପ୍ୟାରୀମୋହନ ନାୟକଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଆଠମଲ୍ଲିକ ପୁର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ପରିଷଦ ଯୁଧିଷ୍ଠିର ସିଂ, ହରିହର ନାୟକ, ସଦାଶିବ ନାୟକ, ଭଜମନ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାରେ ବାସ କରୁଥିବା ଗୋଁଡ୍, କିସାନ୍, କନ୍ଧ, ଭୁୟାଁ, ଶବର, ସାନ୍ତାଳି, ହୋ, ଖଇରା, ସମାଜର ମୁଖ୍ୟ କର୍ମକର୍ତ୍ତା ସାମିଲ ହୋଇଥିଲେ। ଏ ଅବସରରେ ଆଦିବାସୀଙ୍କର ମୌଳିକ ଅଧିକାର ନେଇ ସରକାରଙ୍କର ଦୃଷ୍ଟି ଆକର୍ଷଣ ପାଇଁ ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ବିର୍ସା ମୁଣ୍ଡା, ରାଣୀ ଦୁର୍ଗାବତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରାଯାଇଥିଲା। ଶେଷରେ ସମ୍ମିଳିତ ଆଦିବାସୀ ସମାଜ ଆଠମଲ୍ଲିକ ସଭାପତି ମାଗୁଣି ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।