ଅନ୍ୟାନ୍ୟ

କିନ୍ନର ଓ ଯୌନକର୍ମୀଙ୍କ ପାଇଁ ମନୋବିଜ୍ଞାନୀ ଆବଶ୍ୟକ

By Biswaranjan Pattnaik

December 02, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲାର ୮ ଟି ବ୍ଲକରୁ ୪ ଗୋଟି ବ୍ଲକରେ ମେଡିକସ ପକ୍ଷରୁ କିନ୍ନର ଓ ମହିଳା ଯୌନକର୍ମୀଙ୍କ ମଧ୍ୟରେ ରହିଥିବା ଏଚଆଇଭି ପଜିଟିଭ ମାନଙ୍କୁ ଚିହ୍ନଟ ଓ ଚିକିତ୍ସା ସେବା ସହିତ ଉପଯୁକ୍ତ ପରାମର୍ଶ ଦିଆ ଯାଉଛି। ମେଡିକସ ପକ୍ଷରୁ ୧୧୭୫ ଜଣ କିନ୍ନର ଓ ୪୮୧ ଜଣ ମହିଳା ଯୌନକର୍ମୀଙ୍କୁ ପଂଜିକୃତ କରାଯାଇ ସେମାନଙ୍କ ମଧ୍ୟରୁ ୪୨ ଜଣଙ୍କୁ ପଜିଟିଭ ରୂପେ ପାଇବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ଔଷଧ, କାଉନସେଲିଙ୍ଗ କରାଯାଉଛି।

କିନ୍ତୁ ପ୍ରାୟ ୧୫୦୦ ଲୋକଙ୍କ ପାଇଁ ଜଣେ ମାତ୍ର କାଉନସିଲର ଥିବାରୁ ବହୁ ଅସୁବିଧା ଉପୁଜୁଛି। ଏଣୁ ମେଡିକସକୁ ଏକ ମନୋବିଜ୍ଞାନୀ ଓ ଗୋଟିଏ କାଉନସିଲର ଆବଶ୍ୟକ ହେଉଥିବା ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ମେଡିକସର ନିର୍ଦେଶକ ଡା ଦିଲୀପ ସାମଲ।ଜିଲ୍ଲାରେ ଥିବା ମୋଟ ୨୩୦୦ ଏଚଆଇଭି ପଜିଟିଭ କେଶ ମଧ୍ୟରୁ ମେଡିକସ କାମ କରୁଥିବା ଅନୁଗୁଳ ବ୍ଲକରେ ୪୫୧ ଜଣ, ତାଳଚେର ରେ ୪୩୬ ଜଣ, ବଅଁରପାଳରେ ୩୫୪ ଜଣ ଓ ଛେଣ୍ଡିପଦାରେ ୧୮୫ ଜଣ ପଜିଟିଭ କେଶ‌ ରହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍କା ଜନ ସ୍ଵାସ୍ଥ୍ୟଅଧିକାରୀ ଡା ଧନଞ୍ଜୟ ବେହେରା, ମେଡିକସର ପ୍ରକଳ୍ପ ମ୍ୟାନେଜର ଇତିଶ୍ରୀ ପାତ୍ର,ଓ ମ୍ୟାନେଜର ଅପରେସନ ଶର୍ମିଷ୍ଠା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।