ମୁଖ୍ୟ ଖବର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ

By Angul TV Bureau

August 03, 2024

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ଆଜି ପୂର୍ବାହ୍ନରେ ପାଳିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଅନ୍ତର୍ଯ୍ୟାମୀ ମିଶ୍ର ଅଧ୍ୟକ୍ଷତା କରିବା ସହ ସ୍ତନ୍ୟପାନ ସପ୍ତାହ ପାଳନ କରିବାର ଉଦ୍ଦେଶ୍ୟ ଓ ସଠିକ ସ୍ତନ୍ୟପାନ କରାଇବା ପାଇଁ ପରାମର୍ଶ ଦେଇଥିଲେ । ଶିଶୁ ରୋଗ ବିଶେଷଜ୍ଞ ଡା. ନନ୍ଦ କିଶୋର ସାହୁ ପ୍ରତିବନ୍ଧକକୁ ଦୂର କରିବା ଏବଂ ସମସ୍ତେ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ବ ଦେବାସହ ସଠିକ ସ୍ତନ୍ୟପାନ କରାଇବା ପାଇଁ କେତୋଟି ପରାମର୍ଶ ଦେଇଥିଲେ ।

ଜନ୍ମର ଏକ ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରାଇବା ଆରମ୍ଭ କରନ୍ତୁ, ଶିଶୁକୁ ୬ ମାସ କେବଳ ମାଆ କ୍ଷୀର ଖାଇବାକୁ ଦିଅନ୍ତୁ । ଏହି ସମୟ ମଧ୍ୟରେ ବାହାରର ଖାଦ୍ୟ ଯଥା ଗାଈ କ୍ଷୀର ,ପାଣି, ମହୁ ବା ଚିନି ପାଣି ଦିଅନ୍ତୁ ନାହିଁ । ମାଆର ପ୍ରଥମ କଷ କ୍ଷୀର ଶିଶୁର ରୋଗ ପ୍ରତିଷେଧ ଶକ୍ତି ବଢାଇଥାଏ । ମାଆ କ୍ଷୀର ଶିଶୁର ମାନସିକ, ଶାରୀରିକ ଓ ବୌଦ୍ଧିକ ଅଭିବୃଦ୍ଧି କରିଥାଏ ବୋଲି ମଧ୍ୟ ସେ କହିଥିଲେ । ଡା. ପୂର୍ଣ୍ଣିମା ଉଦଗାତା, ଡା. ବିଶ୍ବ ବିହାରି ମହାନ୍ତି, ଡି ପି ଏମ୍ (ଏନ୍‌ଏଚ୍‌ଏମ୍) ଦିପକ କୁମାର ମହାନ୍ତି ସ୍ତନ୍ୟପାନ କରିବାର ତାତ୍ପର୍ଯ୍ୟ ଓ ପ୍ରଚାର ପ୍ରସାର ପାଇଁ ସହଯୋଗ କାମନା‌ କରିଥିଲେ।

ବୈଠକରେ ଆଶା, ସ୍ବାସ୍ଥ୍ୟ କର୍ମୀ, ନସିଂ ଅଫିସର, ପାରାମେଡିକାଲ ଷ୍ଟାଫ ଓ ମାଆ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଡିଏମ୍‌ଆରସିଏଚ୍ ସୂର୍ଯ୍ୟପ୍ରତାପ ଡି ମାନସିଂହ ଓ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଭରତ କୁମାର ସାହୁ ପରିଚାଳନା କରିଥିଲେ ।