ଅନ୍ୟାନ୍ୟ

କୁମୁରୁସିଂହାରେ ବିଶ୍ଵ ଡାଇବେଟିସ ଦିବସ

By Angul TV Bureau

November 15, 2025

ଅନୁଗୁଳ: ଅନୁଗୁଳ ବ୍ଲକ୍ କୁମୁରୁସିଂହା ଗ୍ରାମରେ ରୋଟାରୀ କ୍ଳବ୍ ଅନୁଗୁଳ ରୟାଲ ଏବଂ ଆଇଏମ୍ଏ ପକ୍ଷରୁ ବିଶ୍ଵ ଡାଏବେଟିସ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଗାଁ ଉଚ୍ଚ ବିଦ୍ୟାଳୟ ଠାରେ ଏକ ଡାଇବେଟିସ ଚିହ୍ନଟ ଓ ସଚେତନତା ଶିବିର ଆୟୋଜିତ ହୋଇଥିଲା। ଶତାଧିକ ଲୋକ ଏହି ଶିବିରରେ ଯୋଗ ଦେଇ ରକ୍ତ ପରୀକ୍ଷା କରାଇଥିଲେ।

ବରିଷ୍ଠ ଡ଼ାକ୍ତର ବିଶ୍ୱଜିତ୍ ସାମଲ ଓ ଡ଼ା ତରୁଣ କୁମାର ସାହୁ ଯୋଗଦେଇ ରୋଗୀ ମାନଙ୍କୁ ଡାଇବେଟିସ ରୋଗର କାରଣ ଏବଂ ହେଲା ପରେ କିଭଳି ସତର୍କତା ଅବଲମ୍ବନ କରିବାକୁ ହେବ ଏବଂ ଔଷଧ ସେବନ କରିବାକୁ ହେବ ତାହା ବୁଝାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ କ୍ଳବ୍ ଅନୁଗୋଳ ରୟାଲ ସଭାପତି ଡ଼ା ସୌମ୍ୟକାନ୍ତ ବିଶୋଇ,ସମ୍ପାଦକ ନିହାର ରଞ୍ଜନ ପ୍ରସାଦ, ରୋଟାରିଆନ୍ ଆରତୀ ସରଳିଆ, ରୋଟାରିଆନ ପୂଜା ମୋଦି, ରୋଟାରିଆନ ମମତା ଚୌଧୁରୀ ପ୍ରମୁଖଭୋଗ ଦେଇଥିଲେ।