ଅନ୍ୟାନ୍ୟ

ତାଳଚେରରେ ବିଶ୍ୱ ମଧୁମେହ ଦିବସ ପାଳିତ: ୧୨୫ ଜଣଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା

By Angul TV Bureau

November 14, 2026

ଅନୁଗୋଳ: ବିଶ୍ୱ ମଧୁମେହ ଦିବସ ଅବସରରେ ତାଳଚେରଠାରେ ସଚେତନତା ପଦଯାତ୍ରା ଓ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଛି। ରିସର୍ଚ୍ଚ ସୋସାଇଟି ଫର୍ ଦି ଷ୍ଟଡି ଅଫ୍ ଡାଏବେଟିସ୍ ଇନ୍ ଇଣ୍ଡିଆ, ଓଡ଼ିଶା ଶାଖା ଏବଂ କେୟାର କ୍ଲିନିକ୍ ଆଣ୍ଡ ଡାଏଗ୍ନୋଷ୍ଟିକ୍ ଓ ଡାକ୍ତର ସଞ୍ଜୟଙ୍କ ୱେଲନେସ୍ ସେଣ୍ଟରର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ ହୋଇଥିବା ସଚେତନତା ପଦଯାତ୍ରା ମଦନମୋହନ ଧର୍ମଶାଳାଠାରେ ଶେଷ ହୋଇଥିଲା। ପରେ ସେଠାରେ ମାଗଣା ସ୍ୱାସ୍ଥ୍ୟ ଶିବିରରେ ୧୨୫ ଜଣଙ୍କର ରକ୍ତ ଶର୍କରା, ଏଚ୍‌ବିଏ୧ସି ଓ ଲିପିଡ୍ ପ୍ରୋଫାଇଲ୍ ପରୀକ୍ଷା କରାଯାଇଥିଲା।

ତାଳଚେରର ବିଶିଷ୍ଟ ମଧୁମେହ ବିଶେଷଜ୍ଞ ତଥା ଓଡ଼ିଶା ଶାଖାର ଅଧ୍ୟକ୍ଷ ଡାକ୍ତର ସଞ୍ଜୟ ଦାଶ ଶିବିରର ନେତୃତ୍ୱ ନେଇ ମଧୁମେହ ନିୟନ୍ତ୍ରଣ, ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଓ ସମୟୋଚିତ ସ୍ୱାସ୍ଥ୍ୟ ପରୀକ୍ଷାର ଗୁରୁତ୍ୱ ବୁଝାଇଥିଲେ। କାର୍ଯ୍ୟକ୍ରମରେ ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇଥିଲେ। ପ୍ରଶ୍ନୋତ୍ତର ଅଧିବେଶନ ସହ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଥିଲା।