ଅନ୍ୟାନ୍ୟ

ବିଶ୍ବ ମିତବ୍ୟୟିତା ଦିବସ ପାଳିତ

By Angul TV Bureau

October 31, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଶନିବାର ସକାଳେ ବିଶ୍ଵ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଏକ ସଞ୍ଚୟ ରଥକୁ ଉଦଘାଟନ କରିବା ସହ ଦୈନଦିନ ଖର୍ଚ୍ଚରେ ମିତବ୍ୟୟିତା ଅବଲମ୍ବନ କରି ନିଜର ଅଭିବୃଦ୍ଧି ସହ ପରିବାରର ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଦିବସ ପାଳନ ଉପଲକ୍ଷେ ପୂର୍ବରୁ ଭର୍ତ୍ତ୍ୟଆଲ ମୋଡ୍‌ରେ ଆୟୋଜିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସଞ୍ଚୟ ରଥ ଜିଲ୍ଲାର ବିଭିନ୍ନ ବ୍ଲକ୍ ପରିକ୍ରମା କରି ସ୍ଵଳ୍ପ ସଞ୍ଚୟ ଉପରେ ସଚେତନତା ସୃଷ୍ଟି କରିବ । ଏହାଛଡା ଏହି ଅବସରରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଜିଲ୍ଲା ସ୍ଵଚ୍ଛ ସଞ୍ଚୟ ଅଧିକାରୀ ଦାୟିତ୍ବରେ ଥିବା ଡେପୁଟୀ କଲେକ୍ଟର ଇଷାନି ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ଓ ଡେପୁଟୀ କଲେକ୍ଟର ସରିତା ପ୍ରଧାନ ଉପସ୍ଥିତ ଥିଲେ।