ଅନ୍ୟାନ୍ୟ

ଜେରେଙ୍ଗ ମା’ ବୁଢ଼ୀ ପାହାଡ଼ ବନ ସୁରକ୍ଷା ସମିତି ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ, ଗଛ ଲଗାଇଲେ ସମସ୍ତ କର୍ମୀ

By Sanjeeb Biswal

June 06, 2024

ଛେଣ୍ଡିପଦା: ଅନୁଗୁଳ ବନଖଣ୍ଡ ଜରପଡ଼ା ବନାଞ୍ଚଳ ଅନ୍ତର୍ଗତ ଜେରେଙ୍ଗ ମା’ ବୁଢ଼ୀ ପାହାଡ଼ ବନ ସୁରକ୍ଷା ସମିତି ପକ୍ଷରୁ ସ୍ଥାନୀୟ ସଭାଗୃହ ଠାରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି।

ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର ଯୋଗ ଦେଇ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶ କ୍ରମେ ଜମି-ଜଳ-ଜଙ୍ଗଲ ସୁରକ୍ଷା ଦିଗରେ ସମସ୍ତ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରୋବେସନାରୀ ଆଇଏଫଏସ ଅଫିସର ଭରଦରାଜ ଗାଁଓକର ଯୋଗ ଦେଇ ବିଶ୍ୱ ପରିବେଶ ଦିବସ ପାଳନ କରାଯିବାର ଲକ୍ଷ୍ୟ ଉଦ୍ଦେଶ୍ୟ କହିଥିଲେ। ପରେ ସମିତି ଅଫିସ୍ ସମ୍ମୁଖରେ ବୃକ୍ଷ ରୋପଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ପରିବେଶବିତ୍ ତଥା ସାମାଜିକ କର୍ମୀ ଲମ୍ବୋଦର ସାହୁ, ସମିତି ସଭାପତି ସୁରଥ ନାଏକ, ସମ୍ପାଦକ ରବୀନ୍ଦ୍ର ଗଡ଼ନାୟକ, ଆନିମେଟର କୁମୁଦ ଚନ୍ଦ୍ର ବେହେରା, ଜରପଡା ସେକ୍ସନ ଫରେଷ୍ଟର ଶ୍ରୀନିବାସ ସାହୁ, ଫରେଷ୍ଟର ବସନ୍ତ କୁମାର ଗଡ଼ନାୟକ, ଭେଟେନାରୀ ଅଫିସର ଡ଼ାଃ ସିଂହ, ବରିଷ୍ଠ ସଦସ୍ୟ ଶରତ ଚନ୍ଦ୍ର ସାହୁ, ରମାନାଥ ସାହୁ, ପରିବେଶବିତ୍ ବାଙ୍କ ବିହାରୀ ଦାସ ପ୍ରମୁଖ ଯୋଗ ଦେଇଥିଲେ।