ଅନ୍ୟାନ୍ୟ

ବିଶ୍ଵ ମତ୍ସ୍ୟ ଦିବସ ପାଳିତ: ମତ୍ସ୍ୟ ଚାଷର ଉପକାରିତା ସମ୍ପର୍କରେ ବୁଝାଇ ଅଧ୍ୟକ୍ଷା

By Angul TV Bureau

November 21, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ଠାରେ ବିଶ୍ଵ ମତ୍ସ୍ୟ ଦିବସ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମତ୍ସ୍ୟ ଚାଷର ଉପକାରିତା ସମ୍ପର୍କରେ ବୁଝାଇ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ନିରୋଦ ଦାସ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଉପ ଉଦ୍ୟାନ ବିଭାଗ ଅଧିକାରୀଙ୍କ ସମେତ ବହୁ ଜିଲ୍ଲା ଅଧିକାରୀ ଯୋଗ ଦେଇଥିଲେ।

ଶେଷରେ ବବିତା ପ୍ରଧାନ ମତ୍ସ୍ୟ ପୋଖରି ଯୋଜନାରେ ପ୍ରତିମା ସାହୁ, ଜୈବ ପୁଞ୍ଜ ଯୋଜନାରେ ଲତାଞ୍ଜଳି ପ୍ରଧାନ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ବୃନ୍ଦାବତୀ, ପୁରୁଣାଗଡ଼, ଛେଣ୍ଡିପଦାଙ୍କୁ ପୁରସ୍କୃତ କରିଥିଲେ।