ମୁଖ୍ୟ ଖବର

ଅନୁଗୁଳରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

By Biswaranjan Pattnaik

April 07, 2023

ଅନୁଗୁଳ: ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସକାଳେ ଓମ୍‌ସା ସାଧାରଣ ସମ୍ପାଦକ ଡା ବିଶ୍ୱଜିତ ସାମଲଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ଏଥିରେ ନର୍ସିଂ ଛାତ୍ରୀଙ୍କ ସମେତ ପାରାମେଡିକାଲ କର୍ମଚାରୀ ଓ ଡାକ୍ତର ମାନେ ସାମିଲ ହୋଇଥିଲେ। ଦିନ ଦଶଟା ସମୟରେ ଏନ୍‌ଏଚ୍ଏମ୍ ଟ୍ରେନିଂ ହଲରେ ସ୍ୱାସ୍ଥ୍ୟ ଦିବସ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଅନୁଗୁଳ ସ୍ୱାସ୍ଥ୍ୟ ପ୍ରଶାସନ ଓ ଇଣ୍ଡିଆନ ମେଡିକାଲ ଆସୋସିଏସନ ସହାୟତାରେ ଆୟୋଜିତ ଏହି ଆଲୋଚନାଚକ୍ରକୁ ସିଡିଏମ୍ଓ ଡା ତ୍ରିଲୋଚନ ପ୍ରଧାନ ଉଦ୍‌ଘାଟନ କରିଥିଲେ। ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଖଦ୍ୟ ସମେତ ପରିବର୍ତିତ ଜୀବନ ଶୈଳୀର ପ୍ରଭାବ ଉପରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆଇଏମ୍ଏ ରାଜ୍ୟ ସଭାପତି ଡା ପ୍ରଭାତ କୁମାର ପଣ୍ଡା ,ଅନୁଗୁଳ ଚାପ୍ଟର ସଭାପତି ଡା ତରୁଣ କୁମାର ସାହୁ,ଏଡ଼ିଏମ୍ଓ ମେଡିକାଲ ଡା ମାନସ ରଞ୍ଜନ ବିଶ୍ୱାଳ,ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ବେହେରା,ଟିବି ଅଧିକାରୀ ଡା ବିଶ୍ୱ ପ୍ରକାଶ ମହାନ୍ତି,ମ୍ୟାଲେରିଆ ଅଧିକାରୀ ଡା ପୂର୍ଣ୍ଣିମା ଉଦ୍‌ଗାତା,ଡା ବିଶ୍ୱଜିତ ସାମଲ,ଡା ସୌମ୍ୟକାନ୍ତ ବିଶୋଇ ଓ ଅନ୍ୟ ବହୁ ଅଧିକାରୀ ଯୋଗ ଦେଇ ବର୍ତମାନ ଚିକିତ୍ସା ବିଜ୍ଞାନର ଅଗ୍ରଗତି ଏବଂ ସରକାରୀ ସ୍ତରରେ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ।