ମୁଖ୍ୟ ଖବର

ଅନୁଗୁଳରେ ବିଶ୍ଵ ହେପାଟାଇଟିସ ଦିବସ

By Biswaranjan Pattnaik

July 28, 2025

ଅନୁଗୁଳ:  ଅନୁଗୁଳ ରକ୍ତ ଭଣ୍ଡାର ସଭା କକ୍ଷରେ ବିଶ୍ଵ ହେପାଟାଇଟିସ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ଧନଞ୍ଜୟ ବେହେରା ଏହି ସମାରୋହକୁ ଉଦ୍ଘାଟନ କରି ଦିବସର ମାହାତ୍ମ୍ୟ ଏବଂ ହେପାଟାଇଟିସ ରୋଗର ପ୍ରତିଷେଧ ତଥା ନିରାକରଣ ଉପରେ ଆଲୋକପାତ କରିଥିଲେ। କମ୍ୟୁନି୍ଟି ମେଡିସିନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ମୁକ୍ତିକାନ୍ତ ସିଂହ ନିଜ ବକ୍ତବ୍ୟରେ ହେପାଟାଇଟସର ପ୍ରକାର ଭେଦ,ଏହା କିଭଳି ବ୍ୟାପିଥାଏ, ଏହାର ପ୍ରତିଷେଧ ବ୍ୟବସ୍ଥା ଏବଂ ଟୀକାକରଣ ଉପରେ ଆଲୋକ ପାତ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଜନ ସ୍ଵାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ନରେନ୍ଦ୍ର କୁମାର ମୁର୍ମୁ, ମାଇକ୍ରୋବାଇଓଲୋଜିଷ୍ଟ ଅର୍ଧେନ୍ଦୁ ଭୂଷଣ ପ୍ରହରାଜ, ମହାମାରୀ ବିଶେଷଜ୍ଞ ସୌଭାଗ୍ୟଲକ୍ଷ୍ମୀ ପଣ୍ଡା ଏବଂ ମେଡିକାଲ ସୂଚନା ଅଧିକାରୀ ପୁଷ୍ପଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ହେପାଟାଇଟିସକୁ କିଭଳି ପ୍ରତିହତ କରିହେବ ସେଥିନେଇ ସବିଶେଷ ତଥ୍ୟ ଦେଇଥିଲେ। ବହୁ ମେଡିକାଲ କର୍ମଚାରୀ ଓ ନର୍ସିଂ ଛାତ୍ରୀ ଏହି ସମାରୋହରେ ଯୋଗ ଦେଇଥିଲେ ।