ମୁଖ୍ୟ ଖବର

ଅନୁଗୁଳରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ

By Biswaranjan Pattnaik

October 11, 2025

ଅନୁଗୁଳ: ଅନୁଗୁଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଟ୍ରେନିଂ ହଲରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ ଏହି ସମାରୋହକୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ। ଡ଼ା ପ୍ରଧାନ ନିଜ ଅଭିଭାଷଣରେ ସମଗ୍ର ବିଶ୍ଵରେ ମଣିଷ ବିଶେଷ କରି ଯୁବ ସମାଜ କିଭଳି ମାନସିକ ସ୍ବାସ୍ଥ୍ୟ ହାନିର ଶିକାର ହେଉଛନ୍ତି ତାହା ବର୍ଣ୍ଣନା କରିଥିଲେ।ବପରିବର୍ତ୍ତିତ ଜୀବନଶୈଳୀ ଓ ନିତି ବଦଳି ଚାଲିଥିବା ସାମାଜିକ ଓ ଆର୍ଥିକ ସ୍ଥିତି ଯୋଗୁଁ ମଣିଷ କିଭଳି ମାନସିକ ଭାବେ ଭାଙ୍ଗି ପଡ଼ୁଛି ତାହା ବର୍ଣ୍ଣନା କରିବା ସହ ଏବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟେଲି ମାନସ ହେଲ୍ପ ଲାଇନ ଜରିଆରେ କିଭଳି ଉପଯୁକ୍ତ ପରାମର୍ଶ ଦିଆଯାଉଛି ତାହା ପ୍ରକାଶ କରିଥିଲେ।

ଅନୁଗୁଳ ଡାକ୍ତରଖାନାର ମନୋଚିକିତ୍ସକ ଡ଼ା ରଶ୍ମିତା ଭଞ୍ଜଦେଓ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସାଇକୋଷିସ ଏବଂ ନିଉରୋଷିସ ରୋଗୀ ଏବଂ ଏହାକୁ ଦୂର କରିବା ନେଇ ଥିବା ବିଭିନ୍ନ ପଦ୍ଧତି,ଉପଚାର ଓ ଔଷଧର ପ୍ରୟୋଗ ଉପରେ ଆଲୋଚନା କରିଥିଲେ। ଡ଼ା ଭଞ୍ଜଦେଓ ପ୍ରକାଶ କରିଥିଲେ କି ଅନୁଗୁଳରେ ୨୦୨୪-୨୫ ରେ ୧୦୬୯ ଜଣ ରୋଗୀ ଓପିଡିକୁ ଆସିଥିବା ବେଳେ ସେଥିରୁ ୪୯୬ ଜଣ ମାନସିକ ରୋଗୀ ଭାବେ ଚିହ୍ନଟ ହୋଇଥିଲେ। ଏଥିରୁ ମାନସିକ ରୋଗୀଙ୍କ ସଂଖ୍ୟା ଯେଭଳି ବୃଦ୍ଧି ପାଉଛି ତାହା ଚିନ୍ତାର ବିଷୟ ବୋଲି ସେ ପ୍ରକାଶ କରିଥିଲେ। ପରିବାରରେ ଦୁର୍ବଳ ଆର୍ଥିକ ସ୍ଥିତି, କଳହ,ବେରୋଜଗାର ପ୍ରେମରେ ବିଫଳତା ଆଦି ମ ଯୋଗୁଁ ବିଶେଷକରି ଅବସାଦ ତଥା ମାନସିକ ଚାପ ଗ୍ରସ୍ତ ଯୋଗୁଁ ଯୁବ ସମାଜ ବିପଥଗାମୀ ହେଉଛନ୍ତି।ଅନେକ କ୍ଷେତ୍ରରେ ଆତ୍ମହତ୍ୟା ଭଳି ଅଭାବନୀୟ ଘଟଣା ଘଟୁଛି।

ସନ୍ତୁଳିତ ଆହାର,ବ୍ୟାୟାମ ଏବଂ ମନକୁ ପ୍ରଫୁଲ୍ଲ ରଖିଲେ ମାନସିକ ସ୍ଵାସ୍ଥ୍ୟ ଠିକ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ମ ବୈଠକରେ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ଧନଞ୍ଜୟବେହେରା, ମ୍ୟାଲେରିଆ ଅଧିକାରୀ ଡ଼ା ପୂର୍ଣ୍ଣିମା ଉଦ୍ଗାତା, ଏସ ଡି ଏମ ଓ ଆଠମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।ସକାଳେ ଅନୁଗୁଳ ଡାକ୍ତରଖାନ ରୁ ଏକ ରାଲି ବାହାରି ନଗର ପରିକ୍ରମା କରିଥିଲା।ବହୁ ନର୍ସିଂ ଛାତ୍ରୀ ଓ ଆଶା ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ।