ଅନ୍ୟାନ୍ୟ

ମେଡଡିକାଲ ଆସୋସିଏସନ୍ ଓମେନ୍ସ ଡକ୍ଟର ୱିଂ ପକ୍ଷରୁ ବିଶ୍ଵ ମାତୃତ୍ଵ ଦିବସ ପାଳିତ

By Angul TV Bureau

May 12, 2024

 

ଅନୁଗୁଳ: ଇଣ୍ଡିଆନ ମେଡିକାଲ ଆସୋସିଏସନ ଓମେନ୍ସ ଡକ୍ଟର ୱିଂ ଓ ମା’ ଘର ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଏସ ଏସ ହସ୍ପିଟାଲ ପକ୍ଷରୁ ତାଳଚେର ସ୍ଥିତ ହୋଟେଲ ଗ୍ରୀନପାର୍କ ଠାରେ ବିଶ୍ବ ମାତୃତ୍ଵ ଦିବସ ପାଳିତ ହୋଇଛି।

ଡାକ୍ତର ସୁସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଜିର ଦୁନିଆରେ ମା’ର ଭୂମିକାକୁ ନେଇ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମା’ ବସନ୍ତ ମଞ୍ଜରୀ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଋତୁପର୍ଣ୍ଣା ମହାନ୍ତି, ସୁନୀତା ଗୁପ୍ତା, ସୁଷମା ଚୌଧୁରୀ ଯୋଗ ଦେଇ ସମସ୍ତଙ୍କ ଜୀବନରେ ମା’ ର ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ମହିଳା ଯୋଗ ଦେଇଥିଲେ।