ଅନ୍ୟାନ୍ୟ

ଅନ୍ନପୂର୍ଣ୍ଣା ପରିବାର ପକ୍ଷରୁ ବିଶ୍ବ ମାତୃ ଦିବସରେ ଅସହାୟ ମା’କୁ ସିଲେଇ ମେସିନ୍ ପ୍ରଦାନ

By Angul TV Bureau

May 14, 2023

ଅନୁଗୁଳ: ଆଜି ତାଳଚେରର ବହୁ ପରିଚିତ ଅନ୍ନପୂର୍ଣ୍ଣା ପରିବାରର ସଦସ୍ୟ ତାଳଚେର ଆଇଟିଆଇ ସ୍ଥିତ ନିଜସ୍ୱ କାର୍ଯ୍ୟାଳୟରେ କେକ୍ କାଟି ମାତୃ ଦିବସ ପାଳନ କରିଛନ୍ତି। ଏ ଅବସରରେ ଜୀବନରେ ମା’ର ଭୂମିକା କଣ ଏହାକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି।

ଆଜିର ଦିବସ ପାଳନ ଅବସରରେ ସଂଗଠନ ପକ୍ଷରୁ ଜଣେ ଅସହାୟ ମା’କୁ ନିଜସ୍ଵ ପାଣ୍ଠି ରୁ ଏକ ସିଲେଇ ମେସିନ୍ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ସଂଗଠନର ସଭାପତି ମଞ୍ଜିତ୍ କୌର, ସମ୍ପାଦକ ରଶ୍ମିତା ନନ୍ଦ, କୋଷାଧ୍ୟକ୍ଷ ସସ୍ମିତା ସାହୁ, ଯୁଗ୍ମ ସମ୍ପାଦକ କିରଣ କୌର, ଉପଦେଷ୍ଟା ଏଲ୍ ମାଣିକ୍ୟ ପ୍ରଭା, ବବିତା ଦାଶ, ନନ୍ଦିନୀ ନାଏକ, କମଲଜିତ୍ କୌର, କଲ୍ୟାଣୀ ମହାପାତ୍ର, ପ୍ରତିମା ମହାପାତ୍ର, ଭାରତୀ ବେହେରା, ସୂର୍ଯ୍ୟକାନ୍ତୀ ନାଏକ୍, ରଶ୍ମିରେଖା ପ୍ରଧାନ, ସସ୍ମିତା ବେହେରା, ଜ୍ୟୋତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।