ଅନୁଗୁଳ: ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶ୍ଵ ଓଜୋନ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା. ନୀଳାଞ୍ଚଳ ପଟେଲଙ୍କ ତତ୍ତ୍ୱାବଧାନରେ ପାଳନ କରାଯାଇଛି। ଏହି ଅବସରରେ ଓଜୋନ ସ୍ତରର ସଂରକ୍ଷଣ ଓ ଏହାର କ୍ଷୟ ଜନିତ ବିପଦ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।
ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡ଼ା. ବସନ୍ତ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ। ବିଷୟ ବିଶେଷଜ୍ଞ ଭାବେ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ଼ା. ଗୌରୀଶଙ୍କର ଯୁଗପ୍ରସାଦ ଜେନା ଓଜୋନ ସ୍ତର କ୍ଷୟର ବିପଦ ଓ ଏହାର ନିରାକରଣ ଉପାୟ ସମ୍ପର୍କରେ ଆଲୋଚନା କରିଥିଲେ। ଗଣିତ ବିଭାଗର ସହକାରୀ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡ଼ା. ସ୍ମିତା ତପସ୍ବିନୀ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପନ କରିଥିଲେ।