ଅନ୍ୟାନ୍ୟ

ବିଶ୍ୱ ଫଟୋଗ୍ରାଫି ଦିବସ: ଅନୁଗୁଳ ଫଟୋଗ୍ରାଫର ଆସୋସିଏସନ “ପା”ର ୧୧ ତମ ବାର୍ଷିକ ଉତ୍ସବ ଆୟୋଜିତ

By Biswaranjan Pattnaik

August 19, 2024

ଅନୁଗୁଳ: ଆଜି ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଅନୁଗୁଳ ଫଟୋଗ୍ରାଫର ଆସୋସିଏସନ “ପା”ର ୧୧ ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା ଯୋଗ ଦେଇ ଆଜି ଦିନର ତାତ୍ପର୍ଯ୍ୟ ସମ୍ପର୍କରେ ମତ ରଖିଥିଲେ। ଆଗାମୀ ଦିନରେ ଫଟୋଗ୍ରାଫରଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଶିଳ୍ପ ସଂସ୍ଥା ସହ ଆଲୋଚନା କରି ସମାଧାନ କରାଯାଇ ପାରିବ ବୋଲି ବିଧାୟକ କହିଥିଲେ। ଏ ଅବସରରେ ବରିଷ୍ଠ ଫଟୋଗ୍ରାଫର ବିମଳ କୃଷ୍ଣ ନାୟକଙ୍କୁ ସମ୍ମାନିତ କରାଯାଇଥିଲା।

ସଂଘ ସଭାପତି ଦିଲ୍ଲୀପ ଧୀର ସାମନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ସଭା ରେ ବରିଷ୍ଠ ଡାକ୍ତର ପ୍ରଫୁଲ୍ଲ କୁମାର ସାହୁ, ସଂଘର ଆଇନ ପରାମର୍ଶ ଦାତା ଭୁପେଶ ଚନ୍ଦ୍ର ପ୍ରଧାନ, ବରିଷ୍ଠ ଫଟୋଗ୍ରାଫର ଜୟକୃଷ୍ଣ ପାତ୍ର, କାର୍ଯ୍ୟକାରୀ ସଭାପତି ଅନନ୍ତ ନାରାୟଣ ନାୟକ, କୋଷାଧ୍ୟକ୍ଷ ଛବିଳ କୁମାର ସାହୁ, ସମ୍ପାଦକ ଦୀନବନ୍ଧୁ ସାହୁ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଫଟୋଗ୍ରାଫର ଓ ସୌଖିନ ଫଟୋଗ୍ରାଫର ସାମିଲ ହୋଇଥିଲେ।