ଅନ୍ୟାନ୍ୟ

ତାଳଚେର ଉପଖଣ୍ଡ ରେଡକ୍ରସ ସୋସାଇଟ୍ ପକ୍ଷରୁ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ

By Angul TV Bureau

May 08, 2024

ତାଳଚେର: ତାଳଚେର ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ତାଳଚେର ଉପଖଣ୍ଡ ରେଡକ୍ରସ୍ ସୋସାଇଟ୍ ପକ୍ଷରୁ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ତାଳଚେର ବ୍ଲକ୍ ବିଡ଼ିଓ ଚିନ୍ମୟୀ ଚେତନା ଦାସ ଓ ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ବିକାଶ ରଞ୍ଜନ ଶବର ଯୋଗ ଦେଇଥିଲେ।

ପ୍ରଥମେ ରେଡକ୍ରସର ପ୍ରତିଷ୍ଠାତା ହେନେରି ଡୁନାଣ୍ଟଙ୍କ ପ୍ରତିଛବିରେ ମୁଖ୍ୟ ଅତିଥି ମାଲ୍ୟାର୍ପଣ କରିଥିଲେ। ରେଡକ୍ରସର ସୃଷ୍ଟି ଉଦ୍ଦେଶ୍ୟ ବିଷୟରେ ରେଡକ୍ରସ୍ ଜିଲ୍ଲା ପ୍ରତିନିଧି ବଳରାମ ପତି ଆଲୋକ ପାତ କରିଥିଲେ। ସେହିଭଳି ରେଡକ୍ରସ୍ ଦ୍ୱାରା ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ ତାଳଚେର ଉପଖଣ୍ଡରେ ଜାରି ରହିଛି ବୋଲି ସୂଚନା ଦେଇଥିଲେ। କାର୍ଯ୍ଯକ୍ରମରେ ସମାଜସେବୀ, ଗଣମାଧ୍ୟମର ପ୍ରତିନିଧି, ଶିକ୍ଷାବିତ୍ ଯୋଗ ଦେଇଥିଲେ।