ମୁଖ୍ୟ ଖବର

ବିଶ୍ଵ ରକ୍ତ ଶିକୁଳି ସଚେତନତା ଦିବସ

By Biswaranjan Pattnaik

June 19, 2024

ଅନୁଗୁଳ: ଓଡ଼ିଶାରେ ୨୦ ଟି ଜିଲ୍ଲାରେ ରକ୍ତ ଶିକୁଳି ବା ସିକିଲ ସେଲ ରୋଗ ଅଧିକ ପରିମାଣରେ ଦେଖାଯାଏ।

ଅନୁଗୁଳ,ଦେବଗଡ଼,କେଉଁଝର,ବରଗଡ଼ ଆଦି ଜିଲ୍ଲାରେ ସିକିଲ ସେଲ ରୋଗର ଅଧିକ ପ୍ରାଦୁର୍ଭାବ ହେତୁ ଏହି ସବୁ ଜିଲ୍ଲାରେ ରକ୍ତ ପରୀକ୍ଷଣ କରାଯାଇ ସିକିଲ ସେଲ ରୋଗ ହୋଇଥିଲେ ଏହାର ନିୟନ୍ତ୍ରଣ ପାଇଁ ଔଷଧ ଓ ପରାମର୍ଶ ଦିଆଯାଉଛି। ଏହି ରୋଗ ଜିନରେ ତୃଟି ହେତୁ ହୋଇଥାଏ। ରକ୍ତ କଣିକା ଦା ଭଳି ବଙ୍କା ହୋଇଯାଏ। ଫଳରେ ରକ୍ତ ତିଆରି ହାର କମିଯାଏ। ଏହା ଫଳରେ ରୋଗୀ ରକ୍ତହୀନତା ଭୋଗି ବା ସହ ଏହାର ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଅଙ୍ଗ ପ୍ରଭାବିତ ହୁଏ ଏବଂ ରୋଗୀର ମୃତ୍ୟୁ ମଧ୍ୟ ଘଟିଥାଏ।

ଅନୁଗୁଳରେ ଶିକିଲ ସେଲ ରୋଗୀ ଅଧିକ ଦେଖା ଯାଉଥିବାରୁ ମାସକୁ ପାଖାପାଖି ୧୫୦ ରୁ ୨୦୦ ୟୁନିଟ ରକ୍ତ ସେମାନଙ୍କ ପାଇଁ ଖର୍ଚ୍ଚ ହେଉଛି। ଏହି ରୋଗ ଏବଂ ଏହାର ନିୟନ୍ତ୍ରଣ ନେଇ ଅନୁଗୁଳ ଡାକ୍ତରଖାନା ପକ୍ଷରୁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।