ଅନ୍ୟାନ୍ୟ

ରିମିଟ ମହାବିଦ୍ୟାଳୟରେ ‘ବିଶ୍ୱ ଯୁବ ଦକ୍ଷତା ଦିବସ’ ପାଳିତ, ବୃକ୍ଷରୋପଣ କଲେ ଛାତ୍ରଛାତ୍ରୀ

By Angul TV Bureau

July 15, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପଞ୍ଚମହଲାସ୍ଥିତ ରିମିଟ ମହାବିଦ୍ୟାଳୟ ଠାରେ ମୋ ଯୁବା ଭାରତ ଓ ଉତ୍କର୍ଷ ପରିବାରର ମିଳିତ ଆନୁକୂଲ୍ୟରେ ବିଶ୍ୱ ଯୁବା ଦକ୍ଷତା ଦିବସ ପାଳିତ ହୋଇଛି।

କାର୍ଯ୍ୟକ୍ରମରେ ସ୍କିଲ ଇଣ୍ଡିଆ ଏନଏସଡିସି ମୁଖ୍ୟ ସୀତାଂଶୁ ବିଶ୍ୱାଳ, ଲାଇଟ ହାଉସ ମୁଖ୍ୟ ସଂଯୋଜକ ରାଜେଶ ସ୍ୱାଇଁ, ରିମିଟ କଲେଜ ଚେୟାରମ୍ୟାନ ଅଭୟ କୁମାର ସାହୁ, ମୋ ଯୁବା ଭାରତ କର୍ମକର୍ତ୍ତା ତପନ କୁମାର ସାମଲ ଓ ଉତ୍କର୍ଷ ପରିବାର ସଭାପତି ଭୀଷ୍ମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଉତ୍କର୍ଷ ପରିବାର ତରଫରୁ ମହାବିଦ୍ୟାଳୟ ପରିସରରେ ଫଳ ଚାରାରୋପଣ କରାଯାଇଥିଲା। ସଚେତନତା କାର୍ଯ୍ୟକ୍ରମକୁ ସ୍ମୃତିରେଖା ସାହୁ, ଅନୁପ ପଟ୍ଟନାୟକ ଓ ଶୁଭେନ୍ଦୁ ପ୍ରଧାନ ପରିଚାଳନା କରିଥିଲେ।