ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ସମେତ ଅନେକ ବନ୍ୟପ୍ରାଣୀ ଅକାଳରେ ମରୁଛନ୍ତି କିନ୍ତୁ ଜଙ୍ଗଲ ଅଧ୍ୟୁଷିତ ଗୁରଙ୍ଗ ଗାଁରେ ଗତ ୧୨ ତାରିଖ ଦିନ ଏକ ମାଈ ହାତୀ ଏକ ଛୁଆକୁ ଜନ୍ମ ଦେଇଥିଲା। ଗାଁ ଲୋକେ ଏଥିରେ ଏତେ ଖୁସି ହୋଇଯାଇଥିଲେ ଯେ ସେମାନେ ମଙ୍ଗଳବାର ହାତୀ ଛୁଆର ଏକୋଇଶିଆପାଳନ କରିଛନ୍ତି। ପୂଜାପାଠ ହୋମ ଯଜ୍ଞ କରି ହାତୀ ଛୁଆଟିର ଦୀର୍ଘ ଜୀବନ କାମନା କରିଥିଲେ ଗୁରଙ୍ଗ ଗାଁ ଲୋକେ। ସତରେ ଆଜିର ସମାଜରେ ବନ୍ୟ ପ୍ରାଣୀ ଙ୍କ ପାଇଁ ଏଭଳି ପଦକ୍ଷେପ ପ୍ରଶଂସାଯୋଗ୍ୟ ନୁହେଁ କୀ?