ମୁଖ୍ୟ ଖବର

ଆରପାରିରେ ଶତାୟୁ ଯୋଗଗୁରୁ ସ୍ବାମୀ ଶିବାନନ୍ଦ ସରସ୍ବତୀ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

By Angul TV Bureau

May 04, 2025

ଅନୁଗୁଳ: ଆରପାରିରେ ଶତାୟୁ ଯୋଗଗୁରୁ ସ୍ବାମୀ ଶିବାନନ୍ଦ ସରସ୍ବତୀ। ଗତ ରାତିରେ ବାରାଣସୀରେ ହୃଦଘାତରେ ତାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୨୮ ବର୍ଷ ହୋଇଥିଲା। ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।ବର୍ତ୍ତମାନର ବାଂଲାଦେଶ ସିଲହଟ ଜିଲ୍ଲାରେ ୧୮୯୭ ଅଗଷ୍ଟ ୮ରେ ଜନ୍ମଗ୍ରହଣ କରିଥିଲେ ସ୍ବାମୀ ଶିବାନନ୍ଦ ସରସ୍ବତୀ। ମାତ୍ର ୬ ବର୍ଷ ବୟସରେ ମା’-ବାପାଙ୍କୁ ହରାଇଥିଲେ ଶିବାନନ୍ଦ। ଏହା ପରେ ସେ ପଶ୍ଚିମବଙ୍ଗର ନବଦ୍ବୀପକୁ ଆସି ଗୁରୁଜୀଙ୍କ ଆଶ୍ରମରେ ରହୁଥିଲେ। ସେ ଗୁରୁ ଓମକାରାନନ୍ଦ ଗୋସ୍ବାମୀଙ୍କ ଠାରୁ ଯୋଗ ସମେତ ଆଧ୍ୟାତ୍ମିକ ଶିକ୍ଷା ଲାଭ କରିଥିଲେ। ୪ଶହରୁ ୬ଶହ କୁଷ୍ଠ ପୀଡ଼ିତଙ୍କ ସେ ସେବା କରିଥିଲେ। ଯୋଗ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୨୨ରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା।