ଘଟଣା ଓ ଦୁର୍ଘଟଣା

ବୁଲିବାକୁ ଆସି ଶବ ହୋଇ ଫେରିଲେ… ଡେରଜାଙ୍ଗ ଜଳଭଣ୍ଡାରରେ ବୁଡ଼ି ଯୁବକ ମୃତ

By Angul TV Bureau

July 20, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଡେରଜାଙ୍ଗ ଜଳ ଭଣ୍ଡାରରେ ବୁଡ଼ି ରବିବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଆର୍ଯ୍ୟା ପୁଣ୍ୟଶ୍ଳୋକ (୨୪)।

ସୂଚନା ମୁତାବକ, ଆର୍ଯ୍ୟା ରବିବାର ଅପରାହ୍ନରେ ସ୍ଥାନୀୟ ଡେରଜାଙ୍ଗ ଜଳ ଭଣ୍ଡାର ବୁଲିବାକୁ ଆସିଥିଲେ। ଅସାବଧାନତାବଶତଃ ସେ ପାଣିରେ ଗଳି ପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ପରେ ଡ୍ୟାମରୁ ମୃତ ଦେହ ଉଦ୍ଧାର କରିଥିଲେ। ପୋଲିସ ଉପସ୍ଥିତିରେ ମୃତ ଦେହକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି।