ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅଶାଳିନ ମନ୍ତବ୍ୟ ଦେବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି। ସୂଚନା ଯେ, ନାବାଳିକା ସ୍କୁଲ ଓ ଟିଉସନ ଗଲାବେଳେ ବଳରାମପ୍ରସାଦ କଇଁଫୁଲିଆସାହିର ବବୁଲୁ ଓରଫ ରାଜେଶ ନାଏକ(୨୦) ନାମକ ଜଣେ ଯୁବକ ତାଙ୍କର ପିଛାକରି ଅଶାଳିନ ମନ୍ତବ୍ୟ ଦିଅନ୍ତି। ରବିବାର ଅପରାହ୍ନରେ ରାଜେଶ ନାବାଳିକାଙ୍କୁ ଅଶାଳିନ ମନ୍ତବ୍ୟ ଦେଇଥିଲେ। ଏଣୁ ନାବାଳିକା ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ରାଜେଶଙ୍କୁ ସୋମବାର ଗିରଫକରି କୋର୍ଟ ଚାଲାଣ କରିଛି।