ଘଟଣା ଓ ଦୁର୍ଘଟଣା

ହତ୍ୟା ଅଭିଯୋଗରେ ଯୁବକ ଗିରଫ

By Swagatika Samantray

October 17, 2022

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଭେରୁବଣିଆ ସାହିରେ ଜଣେ ରାଜ ମିସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ସୋମବାର ଗିରଫକରି କୋର୍ଟ ଚାଲାଣ କରିଛି।

ସୂଚନା ଯେ, ଗତ ୧୦ ତାରିଖ ଅପରାହ୍ନରେ ଗାଁର ମଦନ ଦେହୁରୀ ମଦ୍ୟପାନକରି ଅସିଥିଲେ। ରାସ୍ତାରେ ସୁଧୀର ଓରଫ ଗାଙ୍ଗୁଲି ଭୋଇ(୨୫)ଙ୍କୁ ମଦନ ଗାଳିଗୁଲଜ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସୁଧୀର ମଦନଙ୍କୁ ଠେଲି ଦେଇଥିଲେ। ଫଳରେ ମହନ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମଦନଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ମଦନଙ୍କ ପୁଅ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତକରି ସୋମବାର ହିନ୍ଦୋଳ ଜଙ୍ଗଲ ଅଞ୍ଚଳରୁ ସୁଧୀରଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।