ଘଟଣା ଓ ଦୁର୍ଘଟଣା

ଦୁଷ୍କର୍ମ ଅଭିଯୁକ୍ତ ଗିରଫ

By Angul TV Bureau

July 30, 2022

ଅନୁଗୁଳ: ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି। ସୂଚନା ଅନଯାୟୀ, ଖଣ୍ଡହତା ଗାଁର ଜୀବନ ଜ୍ୟୋତି ନାଏକ(୨୨) ଜଣେ ୧୯ ବର୍ଷର ଯୁବତୀଙ୍କସହ ୨ ବର୍ଷ ତଳେ ପ୍ରେମସମ୍ପର୍କ ସ୍ଥାପନକରିଥିଲେ। ପରେ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରିକ ସମ୍ପର୍କ ସ୍ଥାପନ କରିଥିଲେ। ତେବେ ଏବେ ସେ ଯୁବତୀଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ଫଳରେ ଯୁବତୀ ଶୁକ୍ରବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁକରି ଶନିବାର ଭୁବନେଶ୍ବରରୁ ଜୀବନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।