ତାଳଚେର: ସ୍ଥାନୀୟ ଗୋପାଳ ପ୍ରସାଦ ଥାନା ଅନ୍ତର୍ଗତ ଲକେଇପଶି ଗ୍ରାମ ମୁଣ୍ଡରେ ଥିବା ଆମ୍ବତୋଟାରେ ଏକ ଗଛରେ ରଶି ଲଗାଇ ଜଣେ ଯୁବକ ଜୀବନ ହାରିଛନ୍ତି। ଆତ୍ମହତ୍ୟା କରିଥିବା ଯୁବକ ହେଲେ କଣ୍ଢାଳ ପଞ୍ଚାୟତ ବାଲୁଙ୍ଗା ଗ୍ରାମର ସୁକାନ୍ତ ବେହେରା (୪୧)। ଗ୍ରାମବାସୀଙ୍କ ଠାରୁ ଖବର ପାଇ ଗୋପାଳ ପ୍ରସାଦ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ୍ ଶବକୁ ଉଦ୍ଧାର କରି ତାଳଚେର ମଣ୍ଡାପାଳ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୂଚନା ମୁତାବକ, ସୁକାନ୍ତ ଭରତପୁର କୋଇଲା ଖଣିରେ କାର୍ଯ୍ୟ କରିଥାନ୍ତି। ଆଜି ସକାଳୁ ସେ ଘରୁ ବାହାରି ଡ଼୍ୟୁଟିକୁ ଯାଇଥିଲେ ବୋଲି ପରିବାର ଲୋକ କହିଛନ୍ତି।