ଘଟଣା ଓ ଦୁର୍ଘଟଣା

ସକାଳୁ କାମକୁ ଯାଇଥିଲେ, କିନ୍ତୁ ସନ୍ଧ୍ୟାରେ ସନ୍ଦେହଜନକ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ

By Sanjeeb Biswal

December 19, 2022

ଛେଣ୍ଡିପଦା: ସ୍ଥାନୀୟ ନିଶା ଶିଳ୍ପାଞ୍ଚଳ ଥାନା ରାଇକଝରଣ ପଞ୍ଚାୟତର ଧୋବାମଳିହା ପ୍ରାଥମିକ ବିଦ୍ୟାଳୟ ନିକଟରୁ ରବିବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତ ଦେହ ଠାବ ହୋଇଛି।

ସୂଚନା ମୁତାବକ, ଧୋବାମଳିହା ନିକଟରେ ଉତ୍କଳ ଡି କୋଲ ବ୍ଲକରେ ମଇତ୍ରୀ କମ୍ପାନୀ ପକ୍ଷରୁ କୋଇଲା ଉତ୍ତୋଳନ କାର୍ଯ୍ୟ ଚାଲିଛି। ଆଜି ଅପରାହ୍ନରେ ସେଠାରେ ଏକ ସିମେଣ୍ଟ୍ ବୋଝେଇ ଟ୍ରକ ପହଞ୍ଚିଥିଲା। ଟ୍ରକରୁ ଗାଁର ଅଭିରାମ ପଧାନ ଓ କିଛି ଯୁବକ ମିଶି ସିମେଣ୍ଟ ଖାଲି କରିଥିଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା ଅଭିରାମ ଘରକୁ ଫେରିନଥିଲେ।

ସନ୍ଧ୍ୟାରେ ଧୋବାମଳିହା ପ୍ରାଥମିକ ନିକଟରେ ସନ୍ଦେହଜନକ ଅବସ୍ଥାରେ ଅଭିରାମଙ୍କ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ପରିବାର ଓ ପୋଲିସକୁ ଖବର ଦେଇଥିଲେ। ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।