ଅନ୍ୟାନ୍ୟ

ଅସହାୟଙ୍କୁ କମ୍ବଳ ବାଣ୍ଟିଲେ ଯୁବ ନେତା ସୌମ୍ୟରଞ୍ଜନ

By Angul TV Bureau

December 29, 2025

ଅନୁଗୁଳ: ଚଳିତ ବର୍ଷର ଶୀତ ଗତ ଦଶ ବର୍ଷର ରେକର୍ଡ ଭାଙ୍ଗି ଦେଇଛି।ଗତ ଏକ ମାସରୁ ଉର୍ଦ୍ଧ୍ବ ହେବ ଅନୁଗୁଳର ତାପମାତ୍ରା ଆଠ ଡିଗ୍ରୀରୁ ଦଶ ଡିଗ୍ରୀ ମଧ୍ୟରେ ରହୁଛି। ପ୍ରଚଣ୍ଡ ଶୀତ ଯୋଗୁଁ ବାସହୀନ ଅସହାୟ ଯାଯାବର ସମ୍ପ୍ରଦାୟର ଲୋକ ମାନେ ବହୁ କଷ୍ଟ ପାଉଥିବା ଦେଖିବାକୁ ମିଳିଛି।

ଏଣୁ ଅନୁଗୁଳର ବଲୋକପ୍ରିୟ ଯୁବ ନେତା ସୌମ୍ୟରଞ୍ଜନ ସାହୁ ୨୦୦ କମ୍ବଳ ବସ୍ ଷ୍ଟାଣ୍ଡ, ଅମଲାପଡ଼ା, ମଦନ ମୋହନ ପଡ଼ା, ଶିକ୍ଷକ ପଡ଼ା ଆଦି ସ୍ଥାନରେ ଗଛ ମୂଳେ କିମ୍ବା ଦୋକାନ ବାରଣ୍ଡାରେ ରହୁ ଥିବା ଅସହାୟ ଲୋକଙ୍କୁ ବାଣ୍ଟି ଥିଲେ।ଏଠାରେ ସୂଚନା ଯୋଗ୍ୟ ଯେ ସୌମ୍ୟରଂଜନ ଅନୁଗୁଳରେ ଖେଳ ସଂଗଠନ, ବୃକ୍ଷରୋପଣ ,ରକ୍ତଦାନ ଭଳି ବିଭିନ୍ନ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ଆସୁଛନ୍ତି।