ମୁଖ୍ୟ ଖବର

ଡିଜେ ଆଗରେ ଯୁବ ନେତାଙ୍କ ନାଚ: ନୀତିନିୟମ କାହା ପାଇଁ…?

By Angul TV Bureau

August 30, 2025

ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଗଣେଷ ପୂଜା ଠାରୁ ଅନ୍ୟନ୍ୟ ପର୍ବପର୍ବାଣୀ କେଉଁଠି ହେଲେ ମଧ୍ୟ ଡିଜେ ସାଉଣ୍ଡ ବାଜିବା ପାଇଁ ପ୍ରଶାସନ ଅନୁମତି ଦେଇନାହିଁ। ଏପରିକି କଡାକଡି ଭାବେ ନିୟମକୁ ପାଳନ କରିବାକୁ ପୋଲିସକୁ ନିର୍ଦେଶ ରହିଛି। କିନ୍ତୁ ଏହି ସବୁ ନିୟମ କାହା ପାଇଁ ବୋଲି ଆଜି ସହରବାସୀ ପ୍ରଶ୍ନ ଉଠାଇଛନ୍ତି।

ସହର ମଧ୍ୟରେ ଏକ ପଡାର ଭସାଣି ଉତ୍ସବ ଅନୁଷ୍ଠିତ ହେଉଥିଲା। ଭସାଣି ଉତ୍ସବରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମଧ୍ୟ ଉପସ୍ଥିତ ଥିଲେ। ହେଲେ ମୁଖ୍ୟ ବଜାର ମଧ୍ୟରେ ବିକଟାଳ ଶବ୍ଦ କରି ଡିଜେ ବାଜୁଥିବା ବେଳେ ଏହା ଦେଖି ପୋଲିସ ଅଣଦେଖା କରିଥିଲା। ଆହୁରି ଆଶ୍ଚର୍ଯ୍ୟର ବିଷୟ ଏହା ଯେ ଖୋଦ ସରକାରୀ ଦଳ ପୌରାଞ୍ଚଳର ଜଣେ ଯୁବନେତା ଏହି ଡିଜେ ସାଉଣ୍ଡର ତାଳେତାଳେ ନାଚୁଥିବା ଦେଖାଯାଇଥିଲା।

ଗୋଟିଏ ପକ୍ଷେ ସରକାର ଓ ପ୍ରଶାସନ ଡିଜେ ସାଉଣ୍ଡ ଉପରେ ରୋକ ଲଗାଉଥିବା ବେଳେ ଅନ୍ୟପଟେ ନିଜ ଦଳର କର୍ମକର୍ତ୍ତା ଡିଜେ ସାଉଣ୍ଡ ଆଗରେ ନାଚିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି। ପୋଲିସ କିମ୍ବା ପ୍ରଶାସନ କରୁଥିବା ନିୟମ ଗୁଡିକ କାହା ପାଇଁ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି।