ଘଟଣା ଓ ଦୁର୍ଘଟଣା

ଟ୍ରେନରୁ କୋଇଲା ଚୋରି କରିବା ପଡ଼ିଲା ମହଙ୍ଗା: ଜୀଅଁନ୍ତା ଜଳିଗଲେ ଯୁବକ, ୮୦ ଭାଗ ଦଗ୍ଧ

By Angul TV Bureau

February 08, 2025

ଅନୁଗୁଳ: ଟ୍ରେନରୁ କୋଇଲା ଚୋରି କରିବା ପଡ଼ିଲା ମହଙ୍ଗା। ଜୀଅଁନ୍ତା ଜଳିଗଲେ ଯୁବକ। ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ଗୋଳାବନ୍ଧ ରେଳ ଫାଟକ ନିକଟରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁତର ଜଣକ ହେଲେ ଠାକୁରଗଡ ଥାନା ଗିରିଧା ଗ୍ରାମର ସହଦେବ ନାଏକ।

ସୂଚନା ଅନୁସାରେ, ସହଦେବ ନାଏକ ଗୋଳାବନ୍ଧ ଗ୍ରାମରେ ରହି ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି। ଆଜି ଏକ କୋଇଲା ବୋଝେଇ ଟ୍ରେନ ଯାଉଥିଲା। ସେହି ଟ୍ରେନ ଉପରେ ସହଦେବ ଚଢି କୋଇଲା ନେଉଥିବା ବେଳେ ଉପରେ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି  ଜଳି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। କିନ୍ତୁ ସହଦେବଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଛି। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।