ଘଟଣା ଓ ଦୁର୍ଘଟଣା

ଫାଇନାନ୍ସ କମ୍ପାନୀର ଋଣ ସୁଝି ନ ପାରି ଯୁବକଙ୍କ ଆତ୍ମହତ୍ଯା

By Angul TV Bureau

July 09, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବ୍ରାହ୍ମଣପଲ୍ଲୀ ଗ୍ରାମର ଜଣେ ଯୁବକ ଆଜି ଚୁଡା ଖାଇ ଜଙ୍ଗଲରେ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ଯକ୍ତି ହେଲେ ଶେଷ ଦେବ ମିର୍ଦ୍ଧା (୩୦)। ସେ ଘରୋଇ ଫାଇନାନ୍ସ କମ୍ପାନୀ ଠାରୁ ଋଣ ଆଣି ସୁଝି ନପାରିବାରୁ ଜୀବନ ହାରିଥିବା ଜଣାଯାଇଛି।

ଶେଷ ଦେବଙ୍କ ସ୍ତ୍ରୀ ସନ୍ଧ୍ଯା ରାଣୀଙ୍କ କହିବା ଅନୁଯାୟୀ, ଶେଷ ଦେବ ୨/୩ଟି ଘରୋଇ ଫାଇନାନ୍ସ କମ୍ପାନୀ ଠାରୁ ଋଣ ଆଣି ଥିଲେ। କମ୍ପାନୀର କର୍ମଚାରୀ ମାନେ ବାରମ୍ବାର ତାଙ୍କୁ ଋଣ ଅର୍ଥ ପୈଠ କର ବୋଲି କହୁଥିଲେ। ଋଣ ସୁଝି ନ ପାରି ସେ ଜୀବନ ହାରିଥିବା ତାଙ୍କ ସ୍ତ୍ରୀ କହିଛନ୍ତି।

ଖବର ପାଇ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରିବାକୁ ପଠାଇବା ସହ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରି ତଦନ୍ତ ଚଳାଇଛି।