ଘଟଣା ଓ ଦୁର୍ଘଟଣା

ଘରେ ଝଗଡ଼ା ହେବାରୁ ବିଷ ପିଇ ଯୁବକ ମୃତ

By Angul TV Bureau

December 07, 2023

ଅନୁଗୁଳ: ଅନୁଗୁଳରେ ବିଷ ପିଇଥିବା ଜଣେ ବ୍ୟକ୍ତିଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ମୃତକ ହେଲେ କିଶନ ସାମାଡ(୪୫)।

ସୂଚନ ମୁତାବକ, ବୁଧବାର ଘରେ ଝଗଡ଼ା ହେବାରୁ ନାଲକୋ ମୁଣ୍ଡା ହଟିଙ୍ଗରେ ରହୁଥିବା କିଶନ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ଘଟିଛି। ଏ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଜଣାଇଥିଲେ। ଆଜି ଶବ ବ୍ୟବଚ୍ଛେଦ କରାଯିବା ପରେ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।