ଘଟଣା ଓ ଦୁର୍ଘଟଣା

ସମ୍ପର୍କୀୟଙ୍କ ଗାଁକୁ ବୁଲିବାକୁ ଆସି ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଯୁବକ ମୃତ

By Angul TV Bureau

April 23, 2024

 

ପାଳଲହଡ଼ା: ପାଳଲହଡ଼ା ଥାନା ଜୋକପାଣି ଗାଁରେ ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଖମାର ଥାନା ବଡସଡ଼ା ପଞ୍ଚାୟତ ରୋହିରା ଗ୍ରାମର ଲିଙ୍ଗରାଜ ବେହେରା (୨୧)।

ସୂଚନା ମୁତାବକ, ଲିଙ୍ଗରାଜ ରବିବାର ଜୋକପାଣି ସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ସୋମବାର ସେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ଗ୍ରାମବାସୀ ଲିଙ୍ଗରାଜଙ୍କୁ ଉଦ୍ଧାର କରି ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପାଳଲହଡ଼ା ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।