ଘଟଣା ଓ ଦୁର୍ଘଟଣା

ମହିଳାଙ୍କୁ ଅସଦ ବ୍ୟବହାରକରି ଯୁବକ ଗିରଫ

By Swagatika Samantray

May 23, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଶନିବାର ବିଳମ୍ବିତ ରାତିରେ ଅସଦବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଯେ, ମହିଳା ଘରେ ଶୋଇଥିଲେ। ଏହି ସମୟରେ ଗାଁର ଟୁଟୁ ଦେହୁରୀ(୩୫) ମହିଳାଙ୍କ ଘରେ ପଶି ତାଙ୍କୁ ଟଣା ଓଟରା କରିବା ସହ ଅସଦ ବ୍ୟବହାର କରିଥିଲେ। ଏ ନେଇ ମହିଳା ରବିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଟୁଟୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।