ଘଟଣା ଓ ଦୁର୍ଘଟଣା

ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

By Angul TV Bureau

July 06, 2022

ଅନୁଗୁଳ: ଅନୁଗୁଳ ଟାଉନ ପୁଲିସ  ନାବାଳିକା ଅପହରଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫକରିଛି। ସୂଚନା ମୁତାବକ, ମାଟିଆସାହିର ବଳଭଦ୍ର ପ୍ରଧାନ(୧୯) ଜଣେ ୧୬ ବର୍ଷର ନାବାଳିକାଙ୍କୁ ନେଇ ସୋମବାର ରାତିରେ ଫେରାର ହୋଇଯାଇଥିଲେ। ଏ ନେଇ ନାବାଳିକାଙ୍କ ମା’ ସେହି ଦିନ ରାତିରେ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ବଳଭଦ୍ରଙ୍କୁ ମଙ୍ଗଳବାର ଗିରଫକରି ନାବାଳିକାଙ୍କୁ ଉଦ୍ଧାରକରି ପରିବାରକୁ ହସ୍ତାନ୍ତର କରିଛି।