ଘଟଣା ଓ ଦୁର୍ଘଟଣା

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ

By Sanjeeb Biswal

December 18, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗଡିଆ ରୁ ନୂଆଗାଁ ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ହୋଇଛି। ସୂଚନା ଯେ, ଭଟ୍ଟପାଳ ଗାଁର ପ୍ରଶାନ୍ତ ମାଝୀ ଶୁକ୍ରବାର ରାତି ୯ଟା ରେ ଛେଣ୍ଡିପଦାରୁ ଘର କୁ ଫେରୁଥିବା ବେଳେ ଗାଁ ନିକଟ ଏକ ଗଛରେ ପିଟି ହୋଇ ରାସ୍ତାକଡର ବୁଦା ଭିତରେ ପଡିଯାଇଥିଲେ। ଫଳରେ ରାତିରେ ଦୁର୍ଘଟଣା ସମ୍ପର୍କରେ କେହି ଖବର ପାଇନଥିଲେ। ରାତିରେ ଫେରିବା ବିଳମ୍ବ ହେବା ଦେଖି ପରିବାର ଲୋକ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ। ଶନିବାର ସକାଳେ ପ୍ରଶାନ୍ତଙ୍କ ମୃତ ଦେହ ଗ୍ରାମ ନିକଟ ରେ ପଡିଥିବା ନେଇ ପରିବାର ଲୋକ ଖବର ପାଇ ବାଗଡିଆ ଫାଣ୍ଡି କୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟର ସାଇକେଲ ଓ ଶବକୁ ଜବତ କରି ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।