ଘଟଣା ଓ ଦୁର୍ଘଟଣା

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

By Angul TV Bureau

October 21, 2021

ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର ପଞ୍ଚମହଲାଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଜରପଡ଼ା ଥାନା ଅନ୍ତର୍ଗତ ଡ଼େରଜାଙ୍ଗ ଗାଁର ଦୀପକ ସେଠ(୨୪) ତାଙ୍କ ବାଇକରେ ରାତି ପ୍ରାୟ ୭ଟାରେ ଅନୁଗୁଳରୁ ଗାଁକୁ ଫେରୁଥିବା ବେଳେ ଏକ ଅଜଣାଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ଅଣାଯାଇଥିଲା। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସଦର ଥାନାରେ ଏକ ମାମଲା ରୁଜୁକରାଯାଇ ଘଟଣାର ତଦନ୍ତ କରୁଛି ପୁଲିସ।