ମୁଖ୍ୟ ଖବର

ଯୁବକଙ୍କୁ ପିଟିପିଟି ହତ୍ୟା

By Biswaranjan Pattnaik

September 04, 2021

ଅନୁଗୁଳୁ:ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ଼ କରମଙ୍ଗା ସାହିରେ ଶୁକ୍ରବାର ରାତିରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ପିଟିପିଟି ନୃଶଂସ ହତ୍ଯା ଘଟଣା ବାଂଚଲ୍ୟ ସୃଷ୍ଟି କରିଛି। ହତ୍ୟାକାଣ୍ଡ ପରେ ଆକ୍ରମଣକାରୀ ଫେରାର ହୋଇଯାଇଛି। ସୂଚନା ମୁତାବକ, ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ କରମଙ୍ଗା ସାହିର ଶୁଭାଶିଷ ମହାପାତ୍ର (୩୨) ଓ ମନୋରଞ୍ଜନ ଦୋରା ଭିତରେ କୌଣସି କାରଣରୁ ବଚସା ହୋଇଥିଲା।

ଏଥିରେ ମନୋରଞ୍ଜନ ରାଗିଯାଇ ଏକ ଲୁହାରଡ୍‌ରେ ଶୁଭାଶିଷଙ୍କ ମୁଣ୍ଡକୁ ପିଟିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଶୁଭାଶିଷ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ବନ୍ତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଶୁଭାଶିଷଙ୍କୁ ଅନୁଗୁଳ ଡାକ୍ତରଖାନାକୁ ପଠାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ମନୋରଞ୍ଜନ ଫେରାର୍ ହୋଇଯାଇଛି। ତାଙ୍କ ବାପା ସୁଭାଷ ଦୋରାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।