ଘଟଣା ଓ ଦୁର୍ଘଟଣା

କୂଅରେ ପଡ଼ି ଯୁବକଙ୍କ ଜୀବନ ଗଲା

By Angul TV Bureau

August 31, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ  ଲୋକେଇପଶି ଗାଁରେ ଅଘଟଣ। କୂଅରେ ପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ। ମୃତକ ହେଲେ ଗାଁର ହରିହର ଦାସଙ୍କ ପୁଅ ସୁକାନ୍ତ ଦାସ (୪୮)।

ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ସୁକାନ୍ତଙ୍କର ଘର ପାଖରେ ଏକ କୂଅ ଅଛି। ରବିବାର ସକାଳେ ସେ କୂଅ ନିକଟକୁ ଯାଇଥିବାବେଳେ ଅସାବଧାନତା ଯୋଗୁଁ ଖସି ପଡ଼ିଥିବା ଅନୁମାନ କରୁଛନ୍ତି । ସକାଳ ୯ଟା ସମୟରେ ସୁକାନ୍ତ କୂଅରେ ପଡ଼ିଥିବା ସାହିର କିଛି ଲୋକ ଦେଖିବାକୁ ପାଇଥିଲେ । ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ୍ତଳା ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣାରେ ପୋଲିସ ଏକ ଆପମୃତ୍ୟୁ ମାମଲା ରୁଜୁ କରାଇ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।