ମୁଖ୍ୟ ଖବର

ଅଶ୍ଳୀଳ ଭିଡ଼ିଓ ପଠାଇ ଯୁବକ ଗିରଫ

By Angul TV Bureau

August 30, 2021

ଅନୁଗୁଳ: ଅନ୍ୟର ହ୍ଵାଟ୍ସଆପ ହ୍ୟାକ୍ କରି ଅଶ୍ଳୀଳ ଭିଡ଼ିଓ ପଠାଇ ହଇରାଣ ସହ ବଦନାମ କରିବା ଅଭିଯୋଗରେ ଏନଟିପିସି ଟାଉନ ଥାନା ପୁଲିସ୍ କଣିହାଁ ବ୍ଲକ୍ ଭୂଇଁପୁର ଗ୍ରାମର ଯୁବକ ଦୀପେନ ବେହେରା(୨୮)କୁ ଗିରଫ କରିଛି ।ପୁଲିସ୍ ସୂତ୍ରରୁ ପ୍ରକାଶ, ଭୂଇଁପୁର ଗ୍ରାମର ଦୀପେନ ପଥରମୁଣ୍ଡା ଗ୍ରାମର ଅନୀଲ କୁମାର ସାହୁ(୨୩)ଙ୍କ ଫେସବୁକ, ହ୍ବାଟ୍ସଆପକୁ ହ୍ୟାକୄ କରି ବିଭିନ୍ନ ଲୋକଙ୍କ ପାଖକୁ ଖରାପ ମେସେଜ ସହ ଭିଡ଼ିଓ ପଠାଉଥିଲା । ଫଳରେ ଲୋକମାନେ ଉତକ୍ଷିପ୍ତ ହୋଇ ଅନୀଲକୁ ଗାଳି କରିବା ସହ ଥାନାରେ ଏତଲା ଦେବାକୁ ଧମକ ଦେଉଥିଲେ । ତେବେ ଘଟଣା ଜାଣିବା ପରେ ଅନୀଲ ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିଲା। ଘଟଣାର ଛାନଭିନ କରି ଦୀପେନକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଦୀପିକା ଦେବୀ ରାଓ ପ୍ରକାଶ କରିଛନ୍ତି ।